BJP’s big plan to win Nuapada ନୂଆପଡ଼ା ଜିତିବାକୁ ବିଜେପିର ବଡ଼ ପ୍ଲାନ୍: ୮ ଜୋନ୍ ଜଗିବେ ୮ ମନ୍ତ୍ରୀ

ନୂଆପଡ଼ା ଜିତିବାକୁ ବିଜେପିର କସରତ । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦିଆଯାଇଛି ।। ତେବେ ମିଳିଥିବା ସୂଚନା ମୁତାବକ ବଞ୍ଜରୀ ପାଇଁ ରବି ନାରାୟଣ ନାଏକଙ୍କୁ ଦାୟିତ୍ୱ ମିଳିଥିବାବେଳେ, ସୁନାଦେଶ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପାତାଳେଶ୍ୱର ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଏବଂ ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । 

ବିଜେଡି ବି ନେତାଙ୍କୁ ବାଣ୍ଟିଛି ଦାୟିତ୍ୱ 

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ମଧ୍ୟ ଦାୟିତ୍ବ ବାଣ୍ଟି ସାରିଛି । ବିଜେଡି ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍‌ଏସି, କୋମନା ବ୍ଲକ ଓ ଖରିଆରରୋଡ୍‌ ଏନ୍‌ଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛି । ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରାମଚରଣ ରଞ୍ଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ବ ମିଳିଛି । ସେହିପରି ନୂଆପଡ଼ା ଏନ୍‌ଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସ ରହିଛନ୍ତି । ତା ସହିତ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧୀରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ ସିଂହଦେଓ, ଯୋଗେଶ ସିଂହ, ରବି ନନ୍ଦ, ପ୍ରଦୀପ ମାଝୀ, ନୀଳକଂଠ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁବାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍‌ ତିର୍କି ଓ ଉମାକାନ୍ତ ସାମନ୍ତରାୟ କୋମନା ବ୍ଲକର ଦାୟିତ୍ବରେ ରହିଛନ୍ତି । ଅନ୍ୟପଟେ ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥୀ ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ।

Leave a Reply

Your email address will not be published. Required fields are marked *